ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୮୮ ଲକ୍ଷ ଉପରେ | News Room Odisha

ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୮୮ ଲକ୍ଷ ଉପରେ

ନୂଆଦିଲ୍ଲୀ – ଭାରତରରେ ରବିବାର ଆଉ ୪୧,୧୦୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮ ଳକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪୭ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ଏବେ ୧ଲକ୍ଷ ୨୯ ହଜାର ୬୩୫ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିର ବିଷୟ ଯେ, ଆରୋଗ୍ୟ ହାର ମଧ୍ୟ ବଢିଛି । ଏଯାବତ ୮୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର ଏବେ ୯୩.୦୯ ପ୍ରତିଶତ ରହିଛି ।

କ୍ରମାଗତ ପଞ୍ଚମ ଦିନ ପାଇଁ ସକ୍ରିୟ ତଥା ଚିକିତ୍ସାଧୀନ ଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ଏବେ ୪ ଲକ୍ଷ ୭୯ ହଜାର ୨୧୬ ସକ୍ରିୟ ମାମଲା ରହିଛି, ଯାହା ମୋଟ ସଂକ୍ରମିତଙ୍କ ମାତ୍ର ୫.୪୪ ପ୍ରତିଶତ । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୨ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୪୪୭ ରୋଗୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୦୫, ଦିଲ୍ଲୀରେ ୯୬, ପଶ୍ଚିମବଙ୍ଗରେ ୫୩, ଉତ୍ତର ପ୍ରଦେଶରେ ୨୭ ଓ କେରଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି ।