ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା | News Room Odisha

ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ – ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ବିରେନ୍ ନିଜେ ରବିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଅସୁସ୍ଥ ଅନୁଭବ କରିବା ପରେ ବିରେନ ନିଜ କୋଭିଡ୍‌-୧୯ ପରୀକ୍ଷା କରାଇଥିଲେ । ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ନିଜର କୋଭିଡ୍ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମଣିପୁର ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ହେଲେ ନଭେମ୍ବର ୭ରେ ପାଞ୍ଚଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନ ପରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିଯାଇଛି ।

ଉପନିର୍ବାଚନରେ କୋଭିଡ୍ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଇନଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ପ୍ରଚାର ବେଳେ ଲୋକମାନଙ୍କ ଭିଡ଼ ରହୁଥିଲା ଓ ସାମାଜିକ ଦୂରତା ପାଳନ କରାଯାଇନଥିଲା । ମତଦାନ ବେଳେ ବି ସମାନ ଅବସ୍ଥା ଦେଖିବାକୁ ମିଳିନଥିଲା । ରାଜ୍ୟର ଜଣେ ମନ୍ତ୍ରୀଙ୍କ ସହ ଦୁଇଜଣ ବିଧାୟକ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶକ୍ତି ଓ ପୂର୍ତ୍ତ ମନ୍ତ୍ରୀ ଥୋଙ୍ଗମ୍ ବିହ୍ୱଜିତ ଓ ବିଧାୟକ ଫଜୁର ରହମାନ କରୋନାରୁ ସୁସ୍ଥ ହୋଇଛନ୍ତି ।