ଅଧିକ ଟିକା ଯୋଗାଇ ଦେବା ସହ ଟିକାକରଣ ନୀତି କୋହଳ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର | News Room Odisha

ଅଧିକ ଟିକା ଯୋଗାଇ ଦେବା ସହ ଟିକାକରଣ ନୀତି କୋହଳ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର – କୋଭିଡ ଟିକା ଯୋଗାଣ ନେଇ କେନ୍ଦ୍ର ସରକାରଙ୍କୁ ଚିିଠି ଲେଖିଛନ୍ତି ରାଜ୍ୟ ସରକାର । ଦୈନିକ ୩ ଲକ୍ଷ ଟିକା ଦେବାକୁ ଓଡିଶା ସମର୍ଥ, କିନ୍ତୁ ଟିକା ଅଭାବରୁ ଦିନକୁ ମାତ୍ର ୭୦ ହଜାର ଟିକା ଦିଆଯାଇପାରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

କେନ୍ଦ୍ର ହାତରେ ବୈଧାନିକ ଅନୁମତି କ୍ଷମତା ରହିଛି । ସେଥିପାଇଁ ରାଜ୍ୟଗୁଡିକୁ ଟିକା ଯୋଗାଣ ପାଇଁ କଂପାନିଗୁଡିକ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି । କେନ୍ଦ୍ର ସରକାର ଟିକା କିଣି ରାଜକୁ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ଟିକାକରଣ ପାଇଁ ନୀତି କୋହଳ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ । ପାହାଡିଆ ଓ ପଛୁଆ ଜିଲ୍ଲାଗୁଡିକରେ ଇଂଟରନେଟ୍ ସୁବିଧା ନାହିଁ । ତେଣୁ ଟିକା ପାଇଁ ଅନଲାଇନ୍ ପଂଜୀକରଣ ନିୟମ ବି କୋହଳ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।