ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ | News Room Odisha

ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ମାଲକାନଗିରି- ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧର ହତ୍ୟା ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ପି.ଏ ଦେବ ନାରାୟଣଙ୍କ ମୃତ୍ୟୁ ଘଟଣାରେ ଏହି ମାମଲା ରୁଜୁ କରାଯାଇଛି । ଏଥିପାଇଁ ଏସଡିଜେଏମ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ରୱାଲଙ୍କ ସମେତ ଡାଟା ଏଂଟ୍ରି ଅପରେଟର ଭି. ବେଣୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟେନୋ ପ୍ରକାଶ ସ୍ୱାଇଁ, ଅବସରପ୍ରାପ୍ତ ଓଆରଏସ ଅଧିକାରୀ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ ।

ଗତବର୍ଷ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏ ଦେବ ନାରାୟଣଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ମିଳିଥିଲା । ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଦେବ ନାରାୟଣଙ୍କ ପରିବାର ମାଲକାନଗିରି ଏସଡିଜେଏମଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।