ରାଜ୍ୟରେ ନିମ୍ନଗାମୀ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮୩୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୧୦୨ | News Room Odisha

ରାଜ୍ୟରେ ନିମ୍ନଗାମୀ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮୩୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୧୦୨

ଭୁବନେଶ୍ୱର- ରାଜ୍ୟରେ ଆଉ ୮ ହଜାର ୩୯୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୭୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧କୁ ବୃଦ୍ଧି ହୋଇଛି । ଏ ଯାଏ ୬ ଲକ୍ଷ ୯୨ ହଜାର ୨୭ ରୋଗୀ ସୁସ୍ଥ ହୋଇସାରିଲେଣି । ୮୭ ହଜାର ୨୨୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୦୨, କଟକ ଜିଲ୍ଲାରୁ ୭୬୬, ଯାଜପୁରରୁ ୫୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୪୮୫, ସୁନ୍ଦରଗଡରୁ ୪୭୭, ପୁରୀରୁ ୪୭୫, ଅନୁଗୁଳରୁ ୪୬୮, ଢେଙ୍କାନାଳରୁ ୪୫୧, ରାୟଗଡାରୁ ୨୯୨, ଜଗତସିଂହପୁରରୁ ୨୬୯, ବାଲେଶ୍ୱରରୁ ୨୪୦, ନୟାଗଡରୁ ୨୨୩, କେନ୍ଦ୍ରାପଡାରୁ ୨୧୦, ନବରଙ୍ଗପୁରରୁ ୨୦୦, ସମ୍ବଲପୁରରୁ ୧୯୧, କଳାହାଣ୍ଡିରୁ ୧୯୦, ବରଗଡରୁ ୧୮୯, କେନ୍ଦୁଝରରୁ ୧୮୬, କୋରାପୁଟରୁ ୧୭୮, ବୌଦ୍ଧରୁ ୧୬୬, ଭଦ୍ରକରୁ ୧୪୭, ସୋନପୁରରୁ ୧୪୩, ମାଲକାନଗିରିରୁ ୧୨୮,ବଲାଙ୍ଗିରରୁ ୧୧୬, କନ୍ଧମାଳରୁ ୯୫, ଦେବଗଡରୁ ୮୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଝାରସୁଗୁଡାରୁ ୫୩, ନୂଆପଡାରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।