କେନ୍ଦ୍ର ସରକାର କୋଭିଡ ଟିକା କିଣିବା ଉପରେ ସହମତି ସୃଷ୍ଟି ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ | News Room Odisha

କେନ୍ଦ୍ର ସରକାର କୋଭିଡ ଟିକା କିଣିବା ଉପରେ ସହମତି ସୃଷ୍ଟି ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ଟିକାକରଣରେ ରାଜ୍ୟଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ସୁରୁଖୁରୁରେ ଟିକାକରଣ ସଂପାଦନ କରିବା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣିବା ଦରକାର । ଏ ବାବଦରେ ସହମତି ସୃଷ୍ଟି କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏପରିକି ସେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଛନ୍ତି । କୋଭିଡ ଟିକା କେନ୍ଦ୍ର ସରକାର କିଣି ରାଜ୍ୟମାନଙ୍କୁ ଯୋଗାଇବା ଉପରେ ସେମାନେ ତାଙ୍କ ସହ ଏକମତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କୋଭିଡ ମହାମାରୀ ବିରୋଧୀ ଲଢେଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଛି । ଏହି ପ୍ରକ୍ରିୟା ତ୍ୱରାନ୍ୱିତ ନ ହେଲେ କେଉଁ ରାଜ୍ୟ ବି ସୁରକ୍ଷିତ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାଥମିକତା ଓ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ହେବା ଦରକାର ବୋଲି ନବୀନ କହିଛନ୍ତି ।

Chief Minister Naveen PatnaikCOVID-19COVID-19 Vaccination