ପବିତ୍ର ଭଉଁରୀରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ସଂପନ୍ନ | News Room Odisha

ପବିତ୍ର ଭଉଁରୀରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ସଂପନ୍ନ

ପୁରୀ –ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା ଉପଲକ୍ଷେ ତିନି ରଥର ଚକ ଅଖ ଡେରା ନୀତି ସଂପନ୍ନ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯାଇଥିଲା । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନି ରଥର ଚକ ଅଖରେ ଲାଗି କରାଯାଇଥିଲା ।

ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି । ଅନୁକୂଳ ପର୍ବରେ ତିନି ରଥର ତିନିଟି ଚକଡେରା କାମ ଶେଷ ହୋଇଥିଲା । ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି ।