ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗ କରିବ ପ୍ରସାରଣ | News Room Odisha

ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗ କରିବ ପ୍ରସାରଣ

ଭୁବନେଶ୍ୱର- ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ କରିବେ ରାଜ୍ୟ ସରକାର । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପ ର୍ଯ୍ୟନ୍ତ ପ୍ରତିଟି ପରମ୍ପରାର ସିଧା ପ୍ରସାରଣ ହେବ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ଏସବୁର ସିଧା ପ୍ରସାରଣ ଦେଖିପାରିବେ ବିଶ୍ୱର ଭକ୍ତବୃନ୍ଦ । ଜୁନ୍ ୨୪ରେ ସ୍ନାନ ଯାତ୍ରା, ଜୁଲାଇ ୧୨ରେ ରଥ ଯାତ୍ରାର ସିଧା ପ୍ରସାରଣ କରାଯିବ ।

ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ଜୁଲାଇ ୨୧ରେ ସୁନାବେଶର ସିଧା ପ୍ରସାରଣ କରାଯିବ । ଜୁଲାଇ ୨୩ରେ ନୀଳାଦ୍ରିବିଜେର ସିଧା ପ୍ରସାରମ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗ ସିଧାପ୍ରସାରଣ କରିବ । ୟୁଟ୍ୟୁବ୍ ଓ ଆଇପିଆର୍ ଓଡିଶା ଜରିଆରେ ସିଧା ପ୍ରସାରଣର ଆନନ୍ଦ ନେଇପାରିବେ ଭକ୍ତ ।