ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର : ୨ ଆବେଦନକାରୀଙ୍କ ଅଂଶଗ୍ରହଣ, ଆସନ୍ତା ୯ରେ ଖୋଲିବ ପ୍ରାଇସ ବିଡ୍ | News Room Odisha

ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର : ୨ ଆବେଦନକାରୀଙ୍କ ଅଂଶଗ୍ରହଣ, ଆସନ୍ତା ୯ରେ ଖୋଲିବ ପ୍ରାଇସ ବିଡ୍

‌ଭୁବନେଶ୍ୱର- କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଆଜି ପରିବର୍ତ୍ତେ ଆସନ୍ତା ୯ ତାରିଖରେ ଖୋଲିବ ପ୍ରାଇସ୍ ବିଡ୍ । ରାଜ୍ୟ ଔଷଧ ନିଗମ ପକ୍ଷରୁ ଡକାଯାଇଥିବା ଟେଣ୍ଡରରେ ୨ ଆବେଦନକାରୀ ଭାଗ ନେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ୧୯ରୁ ୪୪ ବର୍ଷୀୟଙ୍କ ପାଇଁ ଟିକା କିଣିବାକୁ ଗ୍ଲୋବାଲ୍ ଟେଣ୍ଡର ଡକାଯାଇଛି ।