ବୃକ୍ଷରୋପଣ ଏକ ସୁଖଦ ଅନୁଭୂତି : ମୁଖ୍ୟମନ୍ତ୍ରୀ | News Room Odisha

ବୃକ୍ଷରୋପଣ ଏକ ସୁଖଦ ଅନୁଭୂତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବୃକ୍ଷରୋପଣ ତାଙ୍କ ପାଇଁ ଏକ ସୁଖଦ ଅନୁଭୂତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ପରିସରରେ ବୃକ୍ଷରୋପଣ କରି ଏହି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ଗଛ ବଡ ହେଲେ ପକ୍ଷୀମାନେ ବସା ବାନ୍ଧିବେ । ଚଢେଇଙ୍କ କଳରବ ଶୁଣାଯିବ । ଗଛର ଫୁଲ ଉପରେ ମହୁମାଛି ବସିବେ । ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଟ୍ୱିଟ୍ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ ଲେଖିଛନ୍ତି ।

Chief Minister Naveen Patnaik