‘ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛନ୍ତି, ଯଦି ଟିକା ଚାହୁଁଛ ଆତ୍ମନିର୍ଭର ହୁଅ’ | News Room Odisha

‘ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛନ୍ତି, ଯଦି ଟିକା ଚାହୁଁଛ ଆତ୍ମନିର୍ଭର ହୁଅ’

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବ୍ଲୁ ଟିକା ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛନ୍ତି । ଲୋକଙ୍କୁ ଯଦି କୋଭିଡ୍ ଟିକା ଦରକାର ତେବେ ସେମାନେ ଆତ୍ମନିର୍ଭର ହେବାକୁ ପଡିବ ।
କେନ୍ଦ୍ର ସରକାର ଉପରେ କଟାକ୍ଷ କରିବା ସହ ରାହୁଲ ଟ୍ୱିଟ୍ କରି କହିଛନ୍ତି, ‘‘ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢ଼ୁଛି, ଆପଣ ଯଦି ଟିକା ଚାହୁଁଛନ୍ତି, ତେବେ ଆତ୍ମନିର୍ଭର ହୁଅନ୍ତୁ ।’’

ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ସମେତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ଓ ଅନ୍ୟ କିଛି ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବ୍ଲୁ ଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାର ଟ୍ୱିଟର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଉପରାଷ୍ଟ୍ରପତି ଓ ମୋହନ ଭାଗବତଙ୍କ ସହ ଅନ୍ୟ ନେତାଙ୍କ ଆକାଉଣ୍ଟ ଆଗରେ ପୁଣି ବ୍ଲୁ ଟିକ୍ ଦେଖିବାକୁ ମିଳିଥିଲା । ସରକାର ମଧ୍ୟ ଶନିବାର ଟ୍ୱିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ନେଇ ଶେଷ ନୋଟିସ୍ ଦେଇଥିଲେ । ନୂଆ ଆଇଟି ନିୟମ ନ ମାନିଲେ ଟ୍ୱିଟର ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ପକ୍ଷରୁ ଚେତାବନୀ ଦିଆଯାଇଛି ।