ଏକାମ୍ର କ୍ଷେତ୍ର ବିକାଶ କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର | News Room Odisha

ଏକାମ୍ର କ୍ଷେତ୍ର ବିକାଶ କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର- ଏକାମ୍ର ଯୋଜନା ପାଇଁ ଗଠିତ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଗଠିତ କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଟେଣ୍ଡେଂଟ୍ ସଦସ୍ୟ ରହିଛନ୍ତି । କମିଟିରେ ତିନି ସେବାୟତ ମଧ୍ୟ ସଦସ୍ୟ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଘୋଷଣା କରିଥିଲେ । ଏହି ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚାରିପାଖରେ ୮୦ ଏକର ଜମିରେ ସୌନ୍ଦର୍ଯ୍ୟକରଣ କରାଯିବ ।