ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ନୂଆ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଶହରୁ ତଳେ, ୨୪ ଘଂଟାରେ ୭୪୯ ଚିହ୍ନଟ, ୧୦ ହଜାର ତଳକୁ ଖସିଲା ସକ୍ରିୟ ମାମଲା | News Room Odisha

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ନୂଆ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଶହରୁ ତଳେ, ୨୪ ଘଂଟାରେ ୭୪୯ ଚିହ୍ନଟ, ୧୦ ହଜାର ତଳକୁ ଖସିଲା ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟଦିନ ଧରି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଶହରୁ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୩୭ ଓ ସ୍ଥାନୀୟ ଅଂଚଳରୁ ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ମୟୂରଭଞ୍ଜ ଜିଲ୍ଲାରୁ ୭୮, ସୁନ୍ଦରଗଡରୁ ୫୫, ଜଗତସିଂହପୁରରୁ ୪୮, ଅନୁଗୁଳରୁ ୪୫, କେନ୍ଦୁଝରରୁ ୪୧, ବାଲେଶ୍ୱରରୁ ୩୮, କଟକରୁ ୩୭, ପୁରୀରୁ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ମାତ୍ର ୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୪୦୮ ହୋଇଥିବା ବେଳେ ଏଥିରୁ ସୁସ୍ଥ ହୋଇସାରିଛନ୍ତି ୨ ଲକ୍ଷ ୯୭ ହଜାର ୮୬୨ । ସକ୍ରିୟ ମାମଲା ରହିଛି ୯ ହଜାର ୯୫୦ ।