କରୋନା ଅପଡେଟ୍‌: ୬୬ ଦିନ ପରେ ଦେଶରେ ଲକ୍ଷେରୁ କମ୍ ମାମଲା, ଆଉ ୮୬,୪୯୮ ସଂକ୍ରମିତ ଚିହ୍ନଟ | News Room Odisha

କରୋନା ଅପଡେଟ୍‌: ୬୬ ଦିନ ପରେ ଦେଶରେ ଲକ୍ଷେରୁ କମ୍ ମାମଲା, ଆଉ ୮୬,୪୯୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୮୬,୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୬ ଦିନ ପରେ ଦୈନିକ ମାମଲା ଲକ୍ଷେ ତଳକୁ ଖସିଛି । ଶେଷଥର ଏପ୍ରିଲ ୨ରେ ଲକ୍ଷେରୁ କମ୍ ମାମଲା ରିପୋର୍ଟ ହୋଇଥିଲା । ସେପଟେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତଥାପି ଏହି ସଂଖ୍ୟା ଏବେ ବି ଦୁଇ ହଜାର ଉପରେ ରହିଛି । ଦିନକରେ ଏହି ରୋଗରେ ଆଉ ୨୧୨୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତେ ଏବେ ମୋଟ କରୋନା ମାମଲା ୨,୮୯,୯୬,୪୭୩କୁ ବୃଦ୍ଧି ପାଇଛି ।କୋଭିଡ୍‌-୧୯ରେ ଏଯାବତ୍ ୩,୫୧,୩୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨,୭୩,୪୧,୪୬୨ ଜଣ ସୁସ୍ଥ ହୋଇସାରିଲେଣି । ଭାରତରେ ସକ୍ରିୟ ମାମଲା ମଧ୍ୟ ଖସିବାରେ ଲାଗିଛି । ସୋମବାର ସୁଦ୍ଧା ଦେଶରେ ୧୩,୦୩,୭୦୨ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ସୋମବାର ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ପୂରା ଦେଶରେ ମୋଟ ୨୩.୫୯ କୋଟି ଡୋଜ୍ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ୧୮-୪୪ ବୟସ ବର୍ଗର ୧୬,୦୭,୫୩୧ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୬୮,୬୬୧ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି ।

COVID-19