କୋଭିଡ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଇସିଏମଓ ଚିକିତ୍ସା ଆରମ୍ଭ | News Room Odisha

କୋଭିଡ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଇସିଏମଓ ଚିକିତ୍ସା ଆରମ୍ଭ

ଭୁବନେଶ୍ୱର- କୋଭିଡରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଇସିଏମଓ ଚିକିତ୍ସା କୋଲକାତାରେ ଆରମ୍ଭ ହୋଇଛି । ଆଜି ଦେବାଶିଷଙ୍କୁ କଟକ ଅଶ୍ୱିନୀ କୋଭିଡ ହସପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା । କୋଲକାତାର ମେଡିକୋ ସୁପର ସ୍ପେଶାଲିଟି ହସପିଟାଲରେ ଦେବାଶିଷଙ୍କ ଇସିଏମଓ ଚିକିତ୍ସା ଆରମ୍ଭ ହୋଇଛି । ହସପିଟାଲର ଇସିଏମଓ ବିଭାଗୀୟ ମୁଖ୍ୟଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକଙ୍କ ଚିକିତ୍ସା କରୁଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଥିଲେ ମଧ୍ୟ ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି ।