ରାଜ୍ୟରେ ୬ ହଜାର ୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୬ ହଜାର ୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୬ ହଜାର ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୩୯୭ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୬୨୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯କୁ ବୃଦ୍ଧି ପାଇଥିବା ବେଳେ ୭ ଲକ୍ଷ ୫୬ ହଜାର ୬୪୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ରୋଗୀଙ୍କ ସଂଖ୍ୟା ୭୧ ହଜାର ୩୧୨ ରହିଛି ।

ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬, କଟକରୁ ୫୩୧, ଯାଜପୁରରୁ ୪୦୬, ଅନୁଗୁଳରୁ ୩୩୫, ମୟୂରଭଞ୍ଜରୁ ୩୩୩, ପୁରୀରୁ ୩୨୪, ଢେଙ୍କାନାଳରୁ ୨୯୧, ବାଲେଶ୍ୱରରୁ ୨୮୬, ସୁନ୍ଦରଗଡରୁ ୨୮୩, ଭଦ୍ରକରୁ ୨୬୨, କେନ୍ଦ୍ରାପଡାରୁ ୨୧୮, ଜଗତସିଂହପୁରରୁ ୧୯୬, ନୟାଗଡରୁ ୧୯୧, ନବରଙ୍ଗପୁରରୁ ୧୫୧, କୋରାପୁଟରୁ ୧୪୨, ସମ୍ବଲପୁରରୁ ୧୩୧, ବରଗଡରୁ ୧୨୨, କେନ୍ଦୁଝରରୁ ୧୨୦, ରାୟଗଡାରୁ ୧୦୮, ମାଲକାନଗିରିରୁ ୮୫, ବୌଦ୍ଧରୁ ୭୯, କନ୍ଧମାଳରୁ ୭୬, ଗଞ୍ଜାମରୁ ୭୩, କଳାହାଣ୍ଡିରୁ ୭୦, ବଲାଙ୍ଗିରରୁ ୬୬, ସୁବର୍ଣ୍ଣପୁରରୁ ୬୫,ଝାରସୁଗୁଡାରୁ ୪୧, ଗଜପତିରୁ ୩୪, ଦେବଗଡରୁ ୨୪, ନୂଆପଡା ଜିଲ୍ଲାରୁ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।