ଶୀତକାଳୀନ ଅଧିବେଶନ ପୂର୍ବରୁ କାଲିଠାରୁ ୩ ଦିନ ଯାଏଁ ବିଧାନସଭା ପରିସରରେ କୋଭିଡ ଟେଷ୍ଟିଂ | News Room Odisha

ଶୀତକାଳୀନ ଅଧିବେଶନ ପୂର୍ବରୁ କାଲିଠାରୁ ୩ ଦିନ ଯାଏଁ ବିଧାନସଭା ପରିସରରେ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ପୂର୍ବରୁ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆସନ୍ତାକାଲିଠାରୁ ସବୁ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହେଉଛି ।

ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ସେମାନେ ହିଁ ଅଧିବେଶନରେ ଯୋଗ ଦେବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । କାଲି ସକାଳ ୮ଟା୩୦ରୁ ବିଧାନସଭା ପରିସରରେ ଆରମ୍ଭ ହେବ କୋଭିଡ ଟେଷ୍ଟ । ଭୁବନେଶ୍ୱର ମହାନଗର ନିଗମ-ବିଏମସିକୁ ଏହି ଦାୟିତ୍ୱ ଦିଆଯାଇଛି । ତିନି ଦିନ ଧରି ଚାଲିବ କୋଭିଡ ଟେଷ୍ଟ ।