ରାଜ୍ୟରେ ଛତିଶଗଡର ଧାନ ରୋକିବାକୁ ପଶ୍ଚିମ ଓଡିଶା ଜିଲ୍ଲାପାଳମାନଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି | News Room Odisha

ରାଜ୍ୟରେ ଛତିଶଗଡର ଧାନ ରୋକିବାକୁ ପଶ୍ଚିମ ଓଡିଶା ଜିଲ୍ଲାପାଳମାନଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି

ଭୁବନେଶ୍ୱର- ଛତିଶଗଡର ଧାନ ଯେପରି ପଶ୍ଚିମ ଓଡିଶାରେ ନ ପଶେ, ସେଥିପାଇଁ ଦୃୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପଶ୍ଚିମ ଓଡିଶାର ଜିଲ୍ଲାପାଳମାନଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଛତିଶଗଡରୁ ଧାନ କିଣି ଓଡିଶାରେ ଫାଇଦା ନେଇପାରନ୍ତି ଅସାଧୁ ବେପାରୀ । ଏଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ସ୍କ୍ୱାଡ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଛତିଶଗଡରୁ ଧାନ କିଣିଲେ ସଂପୃକ୍ତ ବେପାରୀ ଓ ମିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ପଂଜୀକୃତ ଚାଷୀଙ୍କଠାରୁ ଟୋକନ ଅନୁସାରେ ହିଁ ଧାନ କିଣିବାରୁ ବିଭାଗ ଚିଠି ଲେଖିଛି ।