କୋରୋନା ଦ୍ୱିତୀୟ ପ୍ରବାହରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର | News Room Odisha

କୋରୋନା ଦ୍ୱିତୀୟ ପ୍ରବାହରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର

ନୂଆଦିଲ୍ଲୀ – କୋରୋନା ମହାମାରୀର ଦ୍ୱିତୀୟ ପ୍ରବାହରେ ଦେଶରେ ୭୧୯ ଡାକ୍ତର ପ୍ରାଣ ହରାଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିତୀୟ ପ୍ରବାହରେ ବିହାରରେ ସର୍ବାଧିକ ୧୧୧ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯ ଡାକ୍ତର ପ୍ରାମ ହରାଇଛନ୍ତି । ଓଡିଶାରେ ୨୮ ଡାକ୍ତରଙ୍କ ଜୀବନ ଯାଇଥିବା ଆଇଏମଏ କହିଛି ।