କୋଭାକ୍ସିନ' ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନେଇ ଭାରତ ବାୟୋଟେକର ଘୋଷଣା | News Room Odisha

କୋଭାକ୍ସିନ’ ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନେଇ ଭାରତ ବାୟୋଟେକର ଘୋଷଣା

ନୂଆଦିଲ୍ଲୀ: କରୋନା ଟିକା ତିଆରିରେ ଜଡିତ ଭାରତ ବାୟୋଟେକ୍ ଆଜି କୋଭାକ୍ସିନର ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଛି। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ। ଭାରତରେ କୋଭିଡ -୧୯ ଟିକା ପାଇଁ ଏହା ହେଉଛି ସର୍ବ ବୃହତ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ୍ । ଆଇସିଏମଆର ସହଯୋଗରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି |

ପରୀକ୍ଷା ସମୟରେ ସ୍ବେଚ୍ଛାସେବୀମାନଙ୍କୁ ପ୍ରାୟ ୨୮ ଦିନ ମଧ୍ୟରେ ଦୁଇଟି ଇଣ୍ଟ୍ରାମସ୍କୁଲାର ଇଞ୍ଜେକ୍ସନ ଦିଆଯିବ । ଏହି ପରୀକ୍ଷାକୁ ଡବଲ ବ୍ଲାଇଣ୍ଡ କରିଦିଆଯାଇଛି ।

ଯାହା ଦ୍ଵାରା ଅନୁସନ୍ଧାନକାରୀ, ଅଂଶଗ୍ରହଣକାରୀ ଏବଂ କମ୍ପାନୀ ଜାଣିପାରିବେ ନାହିଁ ଯେ କେଉଁ ଗୋଷ୍ଠୀକୁ ଟିକା ଦିଆଯାଇଛି। ଏଥିରେ ସ୍ବେଚ୍ଛାସେବୀମାନଙ୍କୁ କୋଭାକ୍ସିନ୍ କିମ୍ବା ପ୍ଲେସେବୋ ଦିଆଯିବ ।

ଭାରତ ବାୟୋଟେକ କହିଛି ଯେ ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଭଲ ଥିଲା। ମାନବ ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ଏକ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା ଏବଂ ସକରାତ୍ମକ ଫଳ ବି ମିଳିଥିଲା । ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଭାଗ ନେବାକୁ ଇଚ୍ଛୁକ ସ୍ବେଚ୍ଛାସେବୀମାନେ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ । ଏହି ମଲ୍ଟିସେଣ୍ଟର୍ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତର ୨୨ଟି ସ୍ଥାନରେ ହେବ ।