ରାଜ୍ୟରେ କମୁଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୪୩୩୯ ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ କମୁଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୪୩୩୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଗତ କିଛି ଦିନ ଧରି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୫ ହଜାର ତଳେ ହିଁ ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୩୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୪୭୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୮୬୪ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ସର୍ବାଧିକ ୭୦୦, କଟକ ଜିଲ୍ଲାରୁ ୪୮୦, ବାଲେଶ୍ୱରରୁ ୨୯୬, ପୁରୀରୁ ୨୫୫, ଅନୁଗୁଳରୁ ୨୨୬, ଭଦ୍ରକରୁ ୨୦୯, ଯାଜପୁରରୁ ୨୦୭, କେନ୍ଦ୍ରାପଡାରୁ ୧୮୧, ସୁନ୍ଦରଗଡରୁ ୧୭୮, ମୟୂରଭଞ୍ଜରୁ ୧୫୮, ନୟାଗଡରୁ ୧୪୯, ଢେଙ୍କାନାଳରୁ ୧୪୪,ଜଗତସିଂହପୁରରୁ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୯୨, ସୋନପୁରରୁ ୮୪, ନବରଙ୍ଗପୁରରୁ ୭୮ ବରଗଡରୁ ୬୮, କୋରାପୁଟରୁ ୬୫, ରାୟଗଡାରୁ ୬୪, କଳାହାଣ୍ଡିରୁ ୬୨, କନ୍ଧମାଳରୁ ୬୨, ବୌଦ୍ଧରୁ ୫୪, ସମ୍ବଲପୁରରୁ ୫୪, ବଲାଙ୍ଗିରରୁ ୫୩, ମାଲକାନଗିରିରୁ ୫୦, ଗଜପତିରୁ ୩୬, ଗଞ୍ଜାମରୁ ୨୯, ଦେବଗଡରୁ ୨୬, ନୂଆପଡାରୁ ୧୪ ଓ ଝାରସୁଗୁଡାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ମୋଟ ୮ ଲକ୍ଷ ୫୬ ହଜାର ୧୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ ଲକ୍ଷ ୯୬ ହଜାର ୭୯୯ ସୁସ୍ଥ ହୋଇସାରିଲେଣି । ୫୫ ହଜାର ୯୨୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।