ରାଜ୍ୟରେ ଆଉ ୪୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ଆଉ ୪୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ହେଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୪୦ ଉପରେ ହିଁ ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୩ ହଜାର ୩୪୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ବରଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, କଳାହାଣ୍ଡି, ନୟାଗଡ ଜିଲ୍ଲାରି ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ବଲାଙ୍ଗିର, ଢେଙ୍କାନାଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଭଦ୍ରକ, ଝାରସୁଗୁଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୫୩୯କୁ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡରେ ଏହି ସଂଖ୍ୟା ୩୧୦ରେ ପହଂଚିଛି । ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ଏ ଯାଏ ୩ ଶହ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅଧିକାଂଶ ରୋଗୀ ପ୍ରଥମ ପ୍ରବାହରେ ପ୍ରାଣ ହରାଇଥିଲେ ।