ରାଜ୍ୟର କିଛି ସ୍ଥାନରେ ଗତ ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା | News Room Odisha

ରାଜ୍ୟର କିଛି ସ୍ଥାନରେ ଗତ ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର- ରାଜ୍ୟର କିଛି ସ୍ଥାନରେ ଗତ ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ଓ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସର୍ବାଧିକ ୧୭୦ ମିମି ବର୍ଷା ରେକର୍ଡ କରାଯାଇଛି । କାକଟପୁରରେ ୧୨୯ ମିମି, କଟକ ନିଆଳିରେ ୯୫ ମିମି ବର୍ଷା ହୋଇଛି । ମାଲକାନଗିରିରେ ୮୮ ଓ କୋରାପୁଟରେ ୭୭ ଦଶମିକ ୪ ମିମି ବର୍ଷା ରେକର୍ଡ କରାଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ୨୭ ଦଶମିକ ୨, ଝାରସୁଗୁଡା ଜିଲ୍ଲା କୋଲାବିରାରେ ୬୬.୪ ଓ ନୂଆପଡା ଜିଲ୍ଲା କୋମନାରେ ୬୬ଦଶମିକ ୩ ମିମି ବର୍ଷା ହୋଇଛି । ଗତକାଲି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶା ଛୁଇଁଥିଲା ।