ରାଜ୍ୟରେ ଅନାଥ ଶିଶୁଙ୍କୁ ‘ଗ୍ରୀନ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ, ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର | News Room Odisha

ରାଜ୍ୟରେ ଅନାଥ ଶିଶୁଙ୍କୁ ‘ଗ୍ରୀନ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ, ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- କୋରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଅନାଥ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍‌’ ଯୋଜନାରେ ସାମିଲ କରାଯିବ । ସେମାନଙ୍କ ମେଡିକାଲ ବା ଇଞ୍ଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ମଧ୍ୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ଅନ୍ୟପକ୍ଷରେ ଏ ଯାଏ କୋଭିଡ ଯୋଗୁଁ ବାପା, ମାଆଙ୍କୁ ହରାଇଥିବା ୧୨ ଜଣ ପିଲା ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇଁ ଚିହ୍ନଟ ହୋଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ପିଲା, ଭଦ୍ରକ, ରାୟଗଡା ଓ ଦେବଗଡରୁ ୨ ଜଣ ଲେଖାଏଁ ପିଲା ଭତ୍ତା ପାଇବେ ।

Chief Minister Naveen PatnaikOdisha Government