ମାନସିକ ଅବସାଦ ଦର୍ଶାଇ କୋର୍ଟରେ ହାଜର ହେଲେ ନାହିଁ ଚୋକସି | News Room Odisha

ମାନସିକ ଅବସାଦ ଦର୍ଶାଇ କୋର୍ଟରେ ହାଜର ହେଲେ ନାହିଁ ଚୋକସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ନୂଆ କୌଶଳ ଅବଲମ୍ବନ କରିଛନ୍ତି। ସେ ‘ମାନସିକ ଅବସାଦ’ରେ ଅଛନ୍ତି ବୋଲି କହି ଡୋମିନିକାର ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ପାଇଁ ହାଜର ହୋଇନାହାନ୍ତି ଚୋକସି। ଫଳରେ କୋର୍ଟ ଶୁଣାଣି ଜୁନ୍ ୨୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ମେହୁଲ ଚୋକସିଙ୍କ ଡୋମିନିକାରେ ବେଆଇନ ପ୍ରବେଶ ସହ ଜଡିତ ଏକ ମାମଲାର ଶୁଣାଣି କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଦିନ ଚୋକସିଙ୍କ ଦେଶରେ ବେଆଇନ ପ୍ରବେଶ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। କିନ୍ତୁ ଚୋକସିଙ୍କ ଆଇନ ଦଳ ଡୋମିନିକା ଚାଇନା ଫ୍ରେଣ୍ଡସିପ୍ ହସ୍ପିଟାଲର ଡାକ୍ତରଙ୍କଠାରୁ ଏକ ଡାକ୍ତରୀ ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ଯେଉଁଥିରେ ଦର୍ଶାଯାଇଛି ଯେ ଚୋକସି ଡିପ୍ରେସନରେ ଅଛନ୍ତି ଏବଂ ତାଙ୍କ ରକ୍ତଚାପ ବଢ଼ିଯାଇଛି ।

ନିକଟରେ ଚୋକସିଙ୍କ ଜାମିନ ଆବେଦନକୁ ଡୋମିନିକା ହାଇକୋର୍ଟ ଖାରଜ କରିଦେଇଥିଲେ ।

Punjab National Bank Scam Case