ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି ଜାଣିବା କଥା | News Room Odisha

ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି ଜାଣିବା କଥା

ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ କରୁଥିବା ନନ୍ଦିଘୋଷ ରଥର ପ୍ରତ୍ୟେକ ଟି ଅଂଶ ଜଣେ ଜଣେ ଦେବତା ଅଟନ୍ତି। ମନୁଷ୍ୟ ଶରୀର ସଦୃଶ୍ୟ ଏ ରଥର ପରିକଳ୍ପନା। ଅଙ୍ଗ ପ୍ରତ୍ୟଙ୍ଗ ଯୁକ୍ତ ଶରୀର ଯେପରି ପୂର୍ଣ୍ଣାଙ୍ଗ ରୂପ ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଦେବତା ଙ୍କ ସମାହାର ରେ ନନ୍ଦିଘୋଷ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାଏ। ସମସ୍ତ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ଏହି ରଥର ବିଭିନ୍ନ ଅଙ୍ଗରେ ନିଜକୁ ସମ୍ମିଳିତ କରିଥାନ୍ତି।

ନନ୍ଦିଘୋଷ ରଥର ସାରଥୀ ହେଉଛନ୍ତି ” ମାତଳୀ”। ରଥରେ ବ୍ୟବହୃତ ରଜ୍ଜୁ ବା ଦଉଡି ହେଉଛନ୍ତି ” ଶଙ୍ଖଚୁଡ ସର୍ପ “। ରଥକୁ ଟାଣିଥାନ୍ତି ଚାରୋଟି ଶ୍ୱେତ ଅଶ୍ୱ ବ ଧବଳ ବର୍ଣ୍ଣ ର ଘୋଡା। ଏହି ଚାରି ଅଶ୍ୱ ଙ୍କ ନାମ ହେଉଛି (୧)ଶଙ୍ଖ, (୨)ବଳାହକ, (୩)ଶ୍ୱେତ, ଓ (୪)ହରିଦ୍ୱାଶ । ପିତ, ଲୋହିତ ବା ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ ହୋଇଥାଏ। ରଥର ଶୀର୍ଷରେ ଯେଉଁ ପତାକା ଲାଗିଥାଏ ତାହା ଗରୁଡ଼ ଚିହ୍ନଙ୍କିତ ଅଟେ। ନନ୍ଦିଘୋଷ ର ଧ୍ୱଜପ ମୂର୍ତ୍ତି ହେଉଛନ୍ତି “ପଞ୍ଚମୁଖୀ ହନୁମାନ “। ଅର୍ଥାତ ରଥ ଧ୍ବଜା ରେ ହନୁମାନ ରହିଥାନ୍ତି।

ନନ୍ଦିଘୋଷ ରଥର ୯ ଜଣ ପାର୍ଶ୍ଵଦେଵତା ହେଉଛନ୍ତି:- (୧) ହନୁମାନ, (୨)ରାମ, (୩)ଲକ୍ଷ୍ମଣ, (୪)ନାରାୟଣ, (୫)କୃଷ୍ଣ (୬)ଗୋବର୍ଦ୍ଧନ, (୭)ଚିନ୍ତାମଣି କୃଷ୍ଣ (୮)ରାଘବ (୯)ନୃସିଂହ। କ୍ରମଶଃ….

ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ

Lord JagannathRath YatraRatha Yatra 2021