ଅପରେସନ୍ ଅଜୟ: ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ | News Room Odisha

ଅପରେସନ୍ ଅଜୟ: ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ନୂଆଦିଲ୍ଲୀ: ‘ଅପରେସନ୍ ଅଜୟ’ ଅଧୀନରେ ଇସ୍ରାଏଲରୁ ଭାରତକୁ ପ୍ରଥମ ବିମାନ ଭାରତରେ ପହଞ୍ଚିଛି। ଏହି ବିମାନରେ ୨୧୨ ଭାରତୀୟ ସ୍ବଦେଶ ଫେରିଛନ୍ତି | ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇଟି ପ୍ରଫେସନାଲ ଓ ଛାତ୍ର | ଗତ ଶନିବାର ଇସ୍ରାଏଲ ଉପରେ ହାମାସ୍ ଅତର୍କିତ ଆକ୍ରମଣ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏପରି ସ୍ଥିତିରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାମ ‘ଅପରେସନ୍ ଅଜୟ’ ରଖାଯାଇଛି।

ଅପରେସନ୍ ଅଜୟ ଅଧୀନରେ ଇସ୍ରାଏଲରୁ ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ସ୍ବଦେଶ ଫେରନ୍ତା ନାଗରିକଙ୍କୁ ସ୍ୱାଗତ କରିଥିଲେ।