ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ ଆରମ୍ଭ,୧୭ଟି ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା | News Room Odisha

ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ ଆରମ୍ଭ,୧୭ଟି ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଂଶିକ ଲକଡାଉନ । ଜୁଲାଇ ପହିଲା ଯାଏ ଏହା ବଳବତ୍ତ ରହିବ । ସାପ୍ତାହିକ ସଟଡାଉନ ଓ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ପୂର୍ବଭଳି ଜାରି ରହିବ । ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି ।ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟସୀମା ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏ କରାଯାଇଛି ।ସଂକ୍ରମଣ ହାର ୧୦ ପ୍ରତିଶତ ପାଖାପାଖି ରହିଥିବା ବାକି ୧୩ଟି ଜିଲ୍ଲାରେ କୋହଳ ସମୟ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ରହିବ । ଆଂଶିକ ଲକଡାଉନ ସମୟରେ ରାଜ୍ୟରେ ମିଠା ଦୋକାନ ମଧ୍ୟ ଖୋଲା ରହିବ । ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମିଠା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି । ଉଠା ଦୋକାନୀ କେବଳ ବିକ୍ରି କରିପାରିବେ । ତେବେ ଖାଦ୍ୟ କେବଳ ପାର୍ସଲ ନେଇ ହେବ । ନୂଆ ଗାଇଡଲାଇନ ଅନୁସାରେ ସଂକ୍ରମଣ ସ୍ଥିତିକୁ ଦେଖି ୩୦ଟି ଜିଲ୍ଲାକୁ ଏ ଓ ବି ଶ୍ରେଣୀରେ ବିଭକ୍ତ କରାଯାଇଛି । ସପିଂ ମଲ୍‌, ସ୍ପା ଓ ସେୁନ ବନ୍ଦ ରହିବ । ଯାତ୍ରୀ ବସ୍ ସେବା ବି ବନ୍ଦ ରହିବ । ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଓ ବେସରକାରୀ ଅଫିସ ଚାଲିପାରିବ । ସଂକ୍ରମଣ ବୃଦ୍ଧି ପାଇଲେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ କୁହାଯାଇଛି ।

COVID LockdownCOVID-19Odisha Government