ବର୍ଷା ଧୋଇନେଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲର ପ୍ରଥମ ଦିନ | News Room Odisha

ବର୍ଷା ଧୋଇନେଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲର ପ୍ରଥମ ଦିନ

ସାଉଥହାମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ ଫାଇନାଲର ପ୍ରଥମ ଦିନରେ ବର୍ଷା ସାଜିଛି ବାଧକ । ବର୍ଷା ଓ ଓଦା ପଡିଆ ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ ହୋଇଯାଇଛି । ଟସ୍ ବି ପଡି ପାରିନାହିଁ । ଭାରତୀୟ ସମୟ ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବାର ଥିଲା । କିନ୍ତୁ ସାଉଥହାମ୍ପଟନରେ ବର୍ଷା ହେଉଥିବାରୁ ପ୍ରଥମ ସେସନ ହୋଇ ପାରି ନ ଥିଲା । ପାଗ ଭଲ ରହିଲେ ଆସନ୍ତାକାଲି ଅଧଘଂଟା ଆଗରୁ ଖେଳ ଆରମ୍ଭ ହେବ । ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ, ତେବେ ଦୁଇ ଦଳ ଯୁଗ୍ମ ବିଜେତା ହେବେ ।