ଚାଲିଗଲେ ଫ୍ଲାଇଂ ଶିଖ୍ | News Room Odisha

ଚାଲିଗଲେ ଫ୍ଲାଇଂ ଶିଖ୍

ଭାରତୀୟ କ୍ରୀଡା ଜଗତର ଉଜ୍ଜ୍ୱଳତମ ତାରକା ତଥା ଫ୍ଲାଇଂ ଶିଖ୍ ୯୧ ବର୍ଷୀୟ ମିଲଖା ସିଂଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ଥିବା ଏହି କିମ୍ବଦନ୍ତୀ ଖେଳାଳୀଙ୍କ ପ୍ରାୟ ଏକମାସରୁ ଅଧିକ ସମୟ ଧରି ପିଜିଆଇ ଚଣ୍ଡିଗଡରେ ଚିକିତ୍ସା ଚାଲିଥିଲା । ଦୁଇ ଦିନ ପୂର୍ବରୁ ତାଙ୍କୁ କୋଭିଡ ଆସିୟୁରୁ ସାଧାରଣ ୱର୍ଡକୁ ସ୍ଥାନାନ୍ତର କରାଯାଇଥିଲା।
କରୋନାରେ ଆକ୍ରାନ୍ତ ମିଲଖା ସିଂଙ୍କ ୮୫ ବର୍ଷୀୟ ପତ୍ନୀ ନିର୍ମଲ କୌରଙ୍କ ରବିବାର ମୃତ୍ୟୁ ଘଟିଥିଲା ।