ରକ୍ଷଣଶୀଳ ନେତା ଇବ୍ରାହିମ ରଇସୀ ଇରାନର ନୂଆ ରାଷ୍ଟ୍ରପତି | News Room Odisha

ରକ୍ଷଣଶୀଳ ନେତା ଇବ୍ରାହିମ ରଇସୀ ଇରାନର ନୂଆ ରାଷ୍ଟ୍ରପତି

ଦୁବାଇ: ଦେଶର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଜଣେ ସମର୍ଥକ ତଥା ରକ୍ଷଣଶୀଳ ନ୍ୟାୟପାଳିକାର ମୁଖ୍ୟ ଇବ୍ରାହିମ ରଇସୀ ଶନିବାର ଇରାନର ରାଷ୍ଟ୍ରପତି ନିର୍ବାଚନରେ ​​ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ​​ଏଥର ଦେଶର ଇତିହାସରେ ସର୍ବନିମ୍ନ ମତଦାନ ରେକର୍ଡ କରାଯାଇଛି। ପ୍ରାଥମିକ ଫଳାଫଳ ଅନୁଯାୟୀ, ରଇସୀ ଏକ କୋଟି ୭୮ ଲକ୍ଷ ଭୋଟ୍ ପାଇଛନ୍ତି। ନିର୍ବାଚନ ଦୌଡରେ ଏକମାତ୍ର ଉଦାରବାଦୀ ପ୍ରାର୍ଥୀ ଅବଦୁଲନାସିର ହେମ୍ମାତି ବହୁ ପଛରେ ରହିଥିଲେ । ତେବେ ଖାମେନେଇ, ରାଇସୀଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ନ୍ୟାୟପାଳିକା ମୁଖ୍ୟ ରଇସୀ ବୃହତ ବିଜୟ ହାସଲ କରିଛନ୍ତି।

ଇରାନର ଭୋଟରମାନେ ରାଇସିଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ । ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମ୍ମଦିନେଜାଦଙ୍କ ସମେତ ଅନେକ ଲୋକ ଏହି ନିର୍ବାଚନକୁ ବର୍ଜ୍ଜନ କରିବାକୁ ଆହ୍ବାନ କରିଥିଲେ ।