ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ତାଳଚେର ଆରଡି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ | News Room Odisha

ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ତାଳଚେର ଆରଡି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ

ତାଳଚେର- ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ଘର, ତାଳଚେର ଅଫିସ ସମେତ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଢେଙ୍କାନାଳରେ ଥିବା ନିଜ ଘର ଓ ଶ୍ୱଶୁର ଘରେ ଚଢାଉ ହୋଇଥିବା ବେଳେ ଭୁବନେଶ୍ୱରର ଟଙ୍କପାଣିରେ ଥିବା ଫ୍ଲାଟରେ ଭିଜିଲାନ୍ସ ଚଢାଉ କରାଯାଇଛି ।