ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ | News Room Odisha

ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ

ଭୁବନେଶ୍ୱର- ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛି । ଏ ନେଇ ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଆଲୋଚନା କରିଛନ୍ତି । ୨୦୨୧ ଜାନୁଆରି ପହିଲା ସୁଦ୍ଧା ୧୮ ବର୍ଷ ହେଉଥିଲେ ଆବେଦନ କରିହେବ । ଭୋଟର ପରିଚୟ ପତ୍ରରେ ତ୍ରୁଟି ଥିଲେ ବି ସଂଶୋଧନ କରିହେବ । ତାଲିକାରୁ ନାଁ ବାଦ୍ ଦେବାକୁ ମଧ୍ୟ ଭୋଟର ଆବେଦନ କରିପାରିବେ । ନଭେମ୍ବର ଓ ଡିସେମ୍ବରରେ ୪ଟି ସ୍ୱତନ୍ତ୍ର ଅଭିଯାନ ଦିବସରେ ଭୋଟର ତାଲିକା ସଂଶୋଧନ ହୋଇପାରିବ ।

ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ ଦିନ ବୁଥରେ ତାଲିକା ସଂଶୋଧନ ତ୍ୱରାନ୍ୱିତ କରାଯିବ । ଜାନୁଆରୀ ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଏ ସମୟରେ ନିୟୋଜିତ କର୍ମଚାରୀଙ୍କ ବଦଳି ନ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।