ନକଲି ଔଷଧ କାରବାର ମାମଲା : ଆସନ୍ତା ୨୮ରେ ଶିବ ଜେନା ଓ ଅନ୍ୟ ତିନି ଜଣଙ୍କ ଜାମିନ ଆବେଦନର ଶୁଣାଣି | News Room Odisha

ନକଲି ଔଷଧ କାରବାର ମାମଲା : ଆସନ୍ତା ୨୮ରେ ଶିବ ଜେନା ଓ ଅନ୍ୟ ତିନି ଜଣଙ୍କ ଜାମିନ ଆବେଦନର ଶୁଣାଣି

କଟକ- ନକଲି ଔଷଧ କାରବାର ମାମଲାରେ ଗିରଫ ଶିବ ଜେନାଙ୍କୁ ଆଜି କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି । ନକଲି କୋରୋନା ଔଷଧ ବିକ୍ରି ମାମଲାରେ ଶିବ ଜେନାଙ୍କୁ କ୍ରାଇମବ୍ରାଂଚର ଏସଟିଏଫ ଗିରଫ କରିଥିଲା । ଆସନ୍ତା ୨୮ ତାରିଖରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ । ଗତକାଲି ଶିବଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ । ସେମାନଙ୍କର ଜାମିନ ଆବେଦନର ଶୁଣାଣି ବି ଆସନ୍ତା ୨୮ ତାରିଖରେ ହେବ । ତେବେ, ଶିବ ଜେନାଙ୍କ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିନାହିଁ ଏସଟିଏଫ ।