ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ବୋର୍ଡଗୁଡିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ ଜୁଲାଇ ୩୧ ସୁଦ୍ଧା ମୂଲ୍ୟାଙ୍କନ ଆଧାରରେ ରେଜଲ୍ଟ ଘୋଷଣା କରିବେ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ୧୦ ଦିନ ମଧ୍ୟରେ ପ୍ରସ୍ତୁତ ହେବା ଉଚିତ୍ |

ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ବିକଳ୍ପ ମୂଲ୍ୟାଙ୍କନ ମାନଦଣ୍ଡ ପ୍ରସ୍ତୁତ କରିବାକୁ ସିବିଏସ୍ଇ ଏବଂ ସିଆଇଏସସିଇ ବୋର୍ଡକୁ ଦୁଇ ସପ୍ତାହ ସମୟ ଦେଇଥିଲେ। ଗତ ସପ୍ତାହରେ ଉଭୟ ବୋର୍ଡ ସୁପ୍ରିମକୋର୍ଟଙ୍କୁ ମୂଲ୍ୟାଙ୍କନ ମାନଦଣ୍ଡ ବିଷୟରେ ଅବଗତ କରାଇଥିଲେ, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ କରିଥିଲେ ଏବଂ ଏହାକୁ “ନିରପେକ୍ଷ ଏବଂ ଉଚିତ” ବୋଲି କହିଥିଲେ। ସିଆଇଏସସିଇ ମେନ୍ ପରୀକ୍ଷା ଫଳ ମଧ୍ୟ ୩୧ ଜୁଲାଇ ସୁଦ୍ଧା ଘୋଷଣା କରାଯାଇଛି ।