ଦେବଗଡରୁ ଓଡିଶାର ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ ଚିହ୍ନଟ | News Room Odisha

ଦେବଗଡରୁ ଓଡିଶାର ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଓଡିଶାରେ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହୋଇଥିବା ୪୮ ଭେରିଆଂଟରୁ ଓଡିଶାରୁ ଗୋଟିଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟର ଦେବଗଡରୁ ଚିହ୍ନଟ ହୋଇଛନ୍ତି ଡେଲଟା ପ୍ଲସ୍ ଭେରିଆଣ୍ଟ ଆକ୍ରାନ୍ତ । ରୋଗୀଙ୍କ କଂଟ୍ରାକ୍ଟ ଟ୍ରେସିଂ କରାଯିବ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଟ୍ରାଭେଲ୍ ହିଷ୍ଟ୍ରି ଖୋଜା ଚାଲିଛି ବୋଲି ଡିଏମଇଟି କହିଛନ୍ତି ।

COVID-19Delta Plus VariantOdisha