କରୋନା ଅପଡେଟ୍‌: ଦିନକରେ ଆଉ ୪୮,୬୯୮ ଆକ୍ରାନ୍ତ ଚିହ୍ନଟ,୧୧୮୩ ମୃତ, ୬ ଲକ୍ଷ ତଳେ ସକ୍ରିୟ ମାମଲା | News Room Odisha

କରୋନା ଅପଡେଟ୍‌: ଦିନକରେ ଆଉ ୪୮,୬୯୮ ଆକ୍ରାନ୍ତ ଚିହ୍ନଟ,୧୧୮୩ ମୃତ, ୬ ଲକ୍ଷ ତଳେ ସକ୍ରିୟ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ଦୈନିକ ମାମଲା ରିପୋର୍ଟ ହୋଇଛି । ଦିନକରେ ଦେଶରେ ଆଉ ୪୮,୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ରହିଛି । ଏହି ଘାତକ ରୋଗରେ ଆଉ ୧୧୮୩ ଜଣଙ୍କର ମୃତ୍ୟୁ ହୋଇଛି ।

ପୁଣି ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ କରୋନାରୁ ଆଉ ୬୪,୮୧୮ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩କୁ ବୃଦ୍ଧି ପାଇଛି । ଏଯାବତ୍ କରୋନାରେ ୩ ଲକ୍ଷ ୯୪ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା ମଧ୍ୟ ୬ ଲକ୍ଷ ତଳକୁ ଖସିଛି । ଏବେ ଦେଶରେ ୫ ଲକ୍ଷ ୯୫ ହଜାର ୬୫୬ ସକ୍ରିୟ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଗତକାଲି ୬୧ ଲକ୍ଷ ୧୯ ହଜାର ଟିକା ଡୋଜ୍ ଦିଆଯାଇଥିଲା । ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩୧ କୋଟି ୫୦ ଲକ୍ଷ ଭାକ୍ସିନ ଡୋଜ୍ ଦିଆଯାଇଛି ।

COVID-19