ଶପଥ ନେଲେ ବିଜେଡିର ଦୁଇ ନବନିର୍ବାଚିତ ବିଧାୟକ | News Room Odisha

ଶପଥ ନେଲେ ବିଜେଡିର ଦୁଇ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର- ନିକଟରେ ଶେଷ ହୋଇଥବା ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ଦୁଇ ପ୍ରାର୍ଥୀ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ତିର୍ତୋଲ ଆସନରୁ ଜିତିଥିବା ବିଜେଡିରୁ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ସଦର ଆସନରୁ ବିଜୟୀ ହୋଇଥିବା ସ୍ୱରୂପ ଦାସ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି । ବିଧାନସଭା ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ଗ୍ରହଣ କରିଛନ୍ତି ଦୁଇ ନବନିର୍ବାଚିତ ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସେମାନଙ୍କୁ ଶପଥ ପାଠ କରାଇଥିଲେ ।