ଚଳିତ ଶିକ୍ଷାବର୍ଷରେ ହିଁ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ | News Room Odisha

ଚଳିତ ଶିକ୍ଷାବର୍ଷରେ ହିଁ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର-ବିଳମ୍ବ ହେଲେ ବି ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚଳତ ଶିକ୍ଷା ବର୍ଷରେ ହିଁ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିଳମ୍ବ ହୋଇପାରେ , କିନ୍ତୁ ପରୀକ୍ଷା ଚଳିତ ଶିକ୍ଷାବର୍ଷରେହିଁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢା ହେବ । ପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ହୁଏ, ତେବେ ରାଜ୍ୟରେ ବି ବନ୍ଦ ହୋଇପାରେ । କିନ୍ତୁ ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଡିସେମ୍ବର ୩୧ ପରେ ସ୍କୁଲ୍ ଖୋଲିବା ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।