ଜମ୍ମୁ ଏୟାରପୋର୍ଟ ନିକଟରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ, ଦୁଇ ଯବାନ ଆହତ | News Room Odisha

ଜମ୍ମୁ ଏୟାରପୋର୍ଟ ନିକଟରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ, ଦୁଇ ଯବାନ ଆହତ

ଜମ୍ମୁ: ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଏରିଆ ନିକଟରେ ଦୁଇଟି ବିସ୍ଫୋରଣ ହୋଇଛି । ଶନିବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ କରାଯାଇଛି । ଏଥିରେ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି ।

ଏୟାରପୋର୍ଟର ଟେକ୍ନିକାଲ ଏରିଆରେ ଶନିବାର ବିଳମ୍ବିତ ରାତିରେ ପାଞ୍ଚ ମିନିଟ୍ ମଧ୍ୟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ପ୍ରଥମ ବ୍ଲାଷ୍ଟ୍ ଏକ କୋଠା ଛାତ ଉପରେ ଏବଂ ଦ୍ୱିତୀୟ ବ୍ଲାଷ୍ଟ ତଳେ ହୋଇଥିଲା । ବିସ୍ଫୋରଣ ଘଟାଇବା ପାଇଁ ଡ୍ରୋନର ବ୍ୟବହାର କରାଯାଇଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି । ଏହା ଏକ ହାଇ ସିକ୍ୟୁରିଟି ଅଞ୍ଚଳ ହୋଇଥିବାରୁ ଏହାକୁ ଜାଣିଶୁଣି ଟାର୍ଗେଟ୍ କରାଯାଇଛି । ଏହି ଘଟଣା ପଛରେ କାହାର ହାତ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଛିଡା ହୋଇଥିବା ଏକ ବିମାନକୁ ଉଡ଼ାଇବା ପାଇଁ ଆକ୍ରମଣକାରୀ ଯୋଜନା କରିଥିଲେ । କିନ୍ତୁ ଏହା ସଫଳ ହୋଇନଥିଲା ।

ବିସ୍ଫୋରଣ ସ୍ଥଳ ପାଖରେ ଭାରତୀୟ ବାୟୁସେନାର ହେଡ୍ କ୍ୱାର୍ଟର ଅଛି । ଜାମ୍ମୁର ମୁଖ୍ୟ ଏୟାରପୋର୍ଟ ମଧ୍ୟ ଏହି କ୍ୟାମ୍ପସରେ ରହିଛି । ବାୟୁସେନା, ନୌସେନା ଓ ଜମ୍ମୁ-କାଶ୍ମୀର ପୋଲିସର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଭାରତୀୟ ବାୟୁସେନାର ଏକ ଉଚ୍ଚସ୍ତରୀୟ ଟିମ୍ ଏହି ଘଟଣାର ତଦନ୍ତ କରିବ ।