ବିଜୁ ମହିଳା ଜନତାଦଳରେ ନୂଆ ପଦାଧିକାରୀ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ | News Room Odisha

ବିଜୁ ମହିଳା ଜନତାଦଳରେ ନୂଆ ପଦାଧିକାରୀ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ବିଜୁ ମହିଳା ଜନତା ଦଳରେ ନୂଆ ପଦାଧିକାରୀ ଘୋଷଣା କରାଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ୭ ଜଣଙ୍କୁ ଜୋନ୍ ସଭାପତି ଭାବେ ଦାୟିତ୍ୱ ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ୩୫ ଓ ସଚିବ ଭାବେ ୩୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୩୩ ଜଣଙ୍କୁ ଜିଲ୍ଲା ସଭାପତି ଭାବେ ନି ଯୁକ୍ତି ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ଡକ୍ଟର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ସୁଭାଷିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ସାଧାରଣ ସଂପାଦିକା ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷା ଭାବେ ଜୟଶ୍ରୀ ଦାସ, ସୋସିଆଲ ମିଡିଆ କୋଅର୍ଡିନେଟର ଭାବେ ମାନସୀ ସୁନ୍ଦରାୟଙ୍କୁ ନିଯୁକ୍ତ କରାଯାଇଛି ।

Biju Janata DalBJDChief Minister Naveen Patnaik