ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ | News Room Odisha

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର -ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ୟେଦୁଲ୍ଲା ବିଜୟଙ୍କ ସ୍ଥାନରେ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଅନୁପମ ଶାହା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜର ପିଡି-ଡିଆରଡିଏ ଏବଂ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ୟେଦୁଲ୍ଲା ବିଜୟଙ୍କୁ ପଶୁସଂପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ଦାୟିତ୍ୱ ମିଳିଛି । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରା ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସପନୀଲ ନରବାଣେଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ବଦଳ କରାଯାଇଥିବା ବେଳେ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡିର ପିଡି-ଡିଆରଡିଏ ଭାବେ ଦାୟିତ୍ୱ ମିଳିଛି ।