ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ମୃତ୍ୟୁ | News Room Odisha

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ମୃତ୍ୟୁ

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ସଂଧ୍ୟାରେ ଜାତୀୟ ରାଜପଥ ୧୬ରେ ଯାଆଁଳା ନିକଟରେ ତାଙ୍କ ମୋଟରସାଇକେଲକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ମଙ୍ଗରାଜ ଖୋର୍ଦ୍ଧାରୁ ଭୁବନେଶ୍ୱରକୁ ଫେରୁଥିଲେ । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।