ପୋଖରୀ ଲିଜ୍‌କୁ କେନ୍ଦ୍ର କରି ପୂର୍ବତନ କୁଳପତିଙ୍କୁ ହତ୍ୟା | News Room Odisha

ପୋଖରୀ ଲିଜ୍‌କୁ କେନ୍ଦ୍ର କରି ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡା –ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧ୍ରୁବରାଜ ନାଏକଙ୍କୁ ହତ୍ୟା ରହସ୍ୟ ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ୧୦୦ ଟଙ୍କା ପାଇଁ ନୁହେଂ , ବରଂ ମାଛ ପୋଖରୀକୁ କେନ୍ଦ୍ର କରି କୁଳପତିଙ୍କୁ ପ୍ରବୀଣ ଧରୁଆ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଡକ୍ଟର ଧ୍ରୁବରାଜ ନାଏକ ମାଛ ଚାଷ ପାଇଁ ନିଜ ପୋଖରୀକୁ ଅନ୍ୟଜଣେ ବ୍ୟକ୍ତିକୁ ଲିଜ୍ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରବୀଣ ଧ୍ରୁବରାଜଙ୍କୁ ଗାଳିଗୁଳଜ କରିବା ସହ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ସ୍ୱୀକାର କରିଛି । ଗତକାଲି ଝାରସୁଗୁଡା କୁଆଁରମାଳ ସର୍ଗିଡିହି ସ୍ଥିତ କୁଳପତିଙ୍କ ବାସଭବନରେ ପ୍ରବୀଣ ଧାରୁଆ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ପରେ ସେ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।