ରାଜ୍ୟରେ ତିନି ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ତିନି ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ତିନି ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୨ ହଜାର ୬୪୦ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୧୭ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୬୫ ଓ କଟକରୁ ୨୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨, ଭଦ୍ରକରୁ ୧୨୮, ନୟାଗଡରୁ ୯୨, ଅନୁଗୁଳରୁ ୮୯, କେନ୍ଦୁଝରରୁ ୭୦, ଢେଙ୍କାନାଳରୁ ୬୭, ମାଲକାନଗିରିରୁ ୬୪, କୋରାପୁଟରୁ ୬୧, କେନ୍ଦ୍ରାପଡାରୁ ୫୫, ରାୟଗଡାରୁ ୪୯,ସୁନ୍ଦରଗଡରୁ ୨୮, ସୋନପୁରରୁ ୨୫, ସମ୍ବଲପୁରରୁ ୨୩, ବରଗଡରୁ ୨୧, କଳାହାଣ୍ଡିରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୯, ଗଜପତିରୁ ୧୮, ଗଞ୍ଜାମରୁ ୧୭, କନ୍ଧମାଳରୁ ୧୫, ବଲାଙ୍ଗିରରୁ ୧୧, ଝାରସୁଗୁଡାରୁ ୮, ନୂଆପଡାରୁ ୮ ଓ ଦେବଗଡରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୮ ଲକ୍ଷ ୭୦ ୭୮୭ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ରହିଛି ୩୧ ହଜାର ୬୧୯ ।

COVID-19