ଚାରିଧାମ ଯାତ୍ରା ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର | News Room Odisha

ଚାରିଧାମ ଯାତ୍ରା ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ୍: ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଉତ୍ତରପ୍ରଦେଶ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ ସରକାର ଏକ ସଂଶୋଧିତ ଏସ୍ଓପି ଜାରି କରିଛନ୍ତି। ଏହାପୂର୍ବରୁ ହାଇକୋର୍ଟଙ୍କ କଟକଣା ସତ୍ତ୍ୱେ ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରାଖଣ୍ଡ ହାଇକୋର୍ଟ ଜୁଲାଇ ୭ ପର୍ଯ୍ୟନ୍ତ ଚାରଧାମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ସୋମବାର ଦିନ ଶୁଣାଣି ବେଳେ ହାଇକୋର୍ଟ କ୍ୟାବିନେଟର ନିଷ୍ପତ୍ତିକୁ ରଦ୍ଦ କରି ଏହି ଯାତ୍ରା ଉପରେ କଟକଣା ଲଗାଇଥିଲେ। ତୀର୍ଥସ୍ଥାନ ସହ ଜଡିତ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ଚାଲିଥିବା ରୀତିନୀତି ତଥା ସମାରୋହର ଦେଶବ୍ୟାପୀ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଥିଲେ ହାଇକୋର୍ଟ ।