କ୍ୟାଟୋଗୋରୀ ଏ ଜିଲ୍ଲା ତାଲିକାରେ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର, କମ୍ ସଂକ୍ରମିତ ଜିଲ୍ଲାଗୁଡିକରୁ ହଟିଲା ସପ୍ତାହାନ୍ତ ସଟଡାଉନ୍ | News Room Odisha

କ୍ୟାଟୋଗୋରୀ ଏ ଜିଲ୍ଲା ତାଲିକାରେ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର, କମ୍ ସଂକ୍ରମିତ ଜିଲ୍ଲାଗୁଡିକରୁ ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର – ଜୁଲାଇ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ସରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି । ଗ୍ରୀନ୍ ଜୋନ ଜିଲ୍ଲା ତାଲିକାରେ ଆଉ ତିନିଟି ଜିଲ୍ଲାକୁ ସାମିଲ କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ । ଏସବୁ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ହୋଇଥିବାରୁ ସେଗୁଡିକୁ କ୍ୟାଟୋଗୋରୀ ଏ ଜିଲ୍ଲାରେ ସାମିଲ କରାଯାଇଛି । ଫଳରେ କ୍ୟାଟୋଗୋରୀ ଏ ରେ ବର୍ତ୍ତମାନ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

କ୍ୟାଟୋଗୋରୀ ଏ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ଉଠାଇ ଦେଇଛନ୍ତି ରାଜ୍ୟ ସରକାର । କେବଳ କ୍ୟାଟୋଗୋରୀ ବି ଜିଲ୍ଲାରେ ହିଁ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଏହାଛୋଟ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ଗ୍ରୀନ ଜୋନ୍ ଜିଲ୍ଲାଗୁଡିକରେ ସାପ୍ତାହିକ ହାଟ ବି ଖୋଲିପାରିବ । ବସ୍ ପରିବହନ ସେବାକୁ ଅନୁମତି ଦିଆଯାଇଛି ।

Chief Secretary Suresh MohapatraCOVID LockdownOdisha