ରାଜ୍ୟରେ ୨୯୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଉପକୂଳରେ ସ୍ଥିତି ଅପରିବର୍ତ୍ତିତ | News Room Odisha

ରାଜ୍ୟରେ ୨୯୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଉପକୂଳରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ହଜାର ୯୧୭ ରୋଗୀ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୬୭୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଦାର ୨୬କୁ ବୃଦ୍ଧି ପାଇଛି । ୮ ଲକ୍ଷ ୮୪ ହଜାର ୨୬୨ ରୋଗୀ ସୁସ୍ଥ ହୋଇସାରିଲେଣି । ୩୦ ହଜାର ୫୫୭ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୯, କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮, ମୟୂରଭଞ୍ଜରୁ ୧୬୫, ଭଦ୍ରକରୁ ୧୬୩, ପୁରୀରୁ ୧୩୨,ଜଗତସିଂହପୁରରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୯୬, ଅନୁଗୁଳରୁ ୮୬, କେନ୍ଦ୍ରାପଡାରୁ ୭୯, ଢେଙ୍କାନାଳରୁ ୭୭, କେନ୍ଦୁଝରରୁ ୭୫, ମାଲକାନଗିରିରୁ ୫୯, କୋରାପୁଟରୁ ୫୫, ରାୟଗଡାରୁ ୫୩, ସୁନ୍ଦରଗଡରୁ ୪୮, ବରଗଡରୁ ୨୨, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୧,କଳାହାଣ୍ଡିୁ ୨୧, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୯, କନ୍ଧମାଳରୁ ୧୩, ସୋନପୁରରୁ ୧୨, ଝାରସୁଗୁଡାରୁ ୮, ନୂଆପଡାରୁ ୮, ବଲାଙ୍ଗିରରୁ ୭, ଗଜପତିରୁ ୬, ଦେବଗଡରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

COVID-19