ଅନିଲ ଦେଶମୁଖଙ୍କୁ ପୁଣି ଇଡିର ସମନ | News Room Odisha

ଅନିଲ ଦେଶମୁଖଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ମନି ଲଣ୍ଡ୍ରିଂ ଅଭିଯୋଗ ନେଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଦେଶମୁଖଙ୍କୁ ପୁଣି ସମନ ଜାରି କରିଛି। ଜୁଲାଇ ୫ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଦେଶମୁଖଙ୍କୁ ମାମଲାର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ତୃତୀୟ ଥର ପାଇଁ ନୋଟିସ ଜାରି କରାଯାଇଛି । ସୋମବାର ଦକ୍ଷିଣ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ଦେଶମୁଖଙ୍କୁ ତାଙ୍କ ବୟାନ ରେକର୍ଡ କରିବାକୁ କୁହାଯାଇଛି।

ଏହା ପୂର୍ବରୁ ଦେଶମୁଖ (୭୨)ଙ୍କୁ ଦୁଇଥର ସମନ ଜାରି କରାଯାଇଥିଲା, କିନ୍ତୁ ସେ କରୋନା ସଂକ୍ରମଣର ବାହାନା ଦେଖାଇ ହାଜର ହୋଇନଥିଲେ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ଇଡି ଆଗରେ ତାଙ୍କ ବୟାନ ରେକର୍ଡ କରିବାକୁ ଚାହିଁଥିଲେ।