ରାଜ୍ୟରେ ଆଉ ୪୨ କୋରୋନା ରୋଗୀଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ଆଉ ୪୨ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୪୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮, ବରଗଡ ଜିଲ୍ଲାରୁ ୫, ଅନୁଗୁଳ ଜିଲ୍ଲାରୁ ୩, ସୁନ୍ଦରଗଡ ଜିଲ୍ଲାରୁ ୪, ଝାରସୁଗୁଡାରୁ ୩, ଗଞ୍ଜାମରୁ ୩, ଯାଜପୁରରୁ ୨, ଜଗତସିଂହପୁରରୁ ୨, ଢେଙ୍କାନାଳରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧, ନୟାଗଡରୁ ୨, ପୁରୀରୁ ୨, ସମ୍ବଲପୁରରୁ ୩ ରୋଗୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୧୯୬କୁ ବୃଦ୍ଧି ପାଇଛି ।

Covid-19 Death